ପାଟଣା ବ୍ଲକରେ ୨୯୭ ହୋମଆଇସୁଲେସନରେ

ପାଟଣା,ଏନ୍ଏନ୍ଏସ୍ : କରୋନା ଭାଇରସ ନିମନ୍ତେ କେନ୍ଦୁଝର ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି । ମଙ୍ଗଳବାର ପାଟଣା ବଜାରକୁ ସମ୍ପୁର୍ଣ୍ଣ ଲକ ଡାଉନ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ପୁରା ପ୍ରଶାସନ ଜନ ସାଧାରଣଙ୍କୁ ସଚେତନ କରିବାରେ ଅଣ୍ଟା ଭିଡ଼ିଛି । ଆଜି ସୁଦ୍ଧା ପାଟଣା ବ୍ଲକରେ ୨୯୭ ଜଣ ରାଜ୍ୟ ବାହାରୁ ଆସି ନିଜ ନାମକୁ ହୋମ ଆଇସୁଲେଶନରେ ରହିବା ପାଇଁ ତାଲିକା ଭୁକ୍ତ କରିଥିବା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡ଼ଃ ସୁପ୍ରକାଶ ଶତପଥୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟରେ ଦୁଇ ଜଣଙ୍କର ୧୪ ଦିନର ଅବଧି ଆଜି ଶେଷ ହୋଉଥିବା ବେଳେ କୌଣସି ଲକ୍ଷଣ ଦେଖା ଯାଇନଥିବା ଜଣା ପଡ଼ିଛି ।ଅନ୍ୟ ସମସ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗ କଡା ନଜରରେ ରଖିଥିବା ପାଟଣା ଗୋଷ୍ଠୀ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ମଙ୍ଗଳବାର ପାଟଣା ବଜାରକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲକ ଡାଉନ କରାଯାଇଛି ।ଏଥି ସହିତ ଲୋକେ ନିଜେ ସଚେତନ ରହି ବଜାରକୁ ନ ଆସିବା ପାଇଁ ପାଟଣା ପୋଲିସ ଲୋକଙ୍କୁ କଡା ତାଗିଦ କରୁଛି । ଏଥି ସହିତ କେନ୍ଦୁଝର ଓ କରଞ୍ଜିଆ ସୀମାନ୍ତ ରାଞ୍ଚି ବିଜୟ ବାଡ଼ା ରାସ୍ତାକୁ ଗୋରାଣ୍ଡିଯୋଡି ନିକଟରେ ଅସ୍ଥାୟୀ ପାଚେରୀ ତିଆରି କରାଯାଇଛି ।