କରୋନା ଚିନ୍ତା : ଓଡ଼ିଶାରେ ଯାତ୍ରା ମାଲିକ ଓ ପରିଚାଳକ ସଂଘର ବୈଠକ

ଭବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ କରୋନା ମହାମାରୀ ବ୍ୟାପିବାକୁ ନେଇ ଯାତ୍ରା ଜଗତ ମଧ୍ୟ ବନ୍ଦ କରିବାକୁ ନିଷ୍ପତି ନେଇଛି।  ଆଜି ରାଜ୍ୟରେ ଲକ୍ ଡାଉନ୍ ଘୋଷଣାକୁ ନେଇ ଯାତ୍ରା ଜଗତର ମାଲିକ ଓ ପରିଚାଳକମାନେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମାନି ଲକ ଡାଉନ୍ ଥିବା ଯାଏ ଯାତ୍ରା ପରିବେଷଣ ହେବ ନାହିଁ ବୋଲି ନିଷ୍ପତି ନିଆଯାଇଛି। ଏହି ବୈଠକରେ ଅଧିକାଂଶ ଯାତ୍ରାପାଟିର ମାଲିକ ଓ ପରିଚାଳକ ମାନେ ଉପସ୍ଥିତ ରହିଥିଲେ। ନୋ ୱାର୍କ ନୋ ପେ ଅନୁସାରେ ଦରମା ନିର୍ଦ୍ଧାରଣ କରାଯିବ ବୋଲି ନିଷ୍ପତି କରାଯାଇଥିଲା। ସଭାପତି ସୁଶାନ୍ତ ଦାସ, ସେକ୍ରେଟାରି ସତ୍ୟ ଜେନା ଏହି ବୈଠକର ନେତୃତ୍ୱ ନେଇଥବା ବେଳେ ଆଗାମୀ ଦିନରେ ସରକାର ନେଉଥିବା ନିଷ୍ପତିକୁ ମାନିନେବେ ବୋଲି କହିଛନ୍ତି। ଆଗାମୀ ବୈଠକରେ ଯାତ୍ରା ମାଲିକ ଓ ପରିଚାଳକ ମାନେ ଉପସ୍ଥିତ ରହି ସହଯୋଗ କରିବାକୁ ସଭାପତି ଓ ସଂପାଦକ ନିବେଦନ କରିଛନ୍ତି।