ଆସନ୍ତା ସପ୍ତାହରେ ଆରମ୍ଭ ହେବ ଭ୍ୟାକ୍ସିନ ବିତରଣ: ଟ୍ରମ୍ପ

ୱାଶିଂଟନ୍: ଭ୍ୟାକ୍ସିନ ବିତରଣ ଆସନ୍ତା ସପ୍ତାହରେ ଆରମ୍ଭ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ବିଦେଶରେ ରହିଥିବା ଆମେରିକା ସୈନିକଙ୍କ ସହ ଭିଡିଓ କନଫ୍ରେନ୍ସିଂ ଜରିଆରେ ଆଲୋଚନା କରିବା ସମୟରେ ଟ୍ରମ୍ପ ଭ୍ୟାକ୍ସିନକୁ ନେଇ ଘୋଷଣା କରିଥିଲେ। ଏଥିସହିତ ପ୍ରଥମେ ଫ୍ରଣ୍ଟ ଲାଇନ ୱାର୍କର୍ସ, ମେଡିକାଲ କର୍ମୀ ଓ ବରିଷ୍ଠ ନାଗରିକଙ୍କୁ ପ୍ରାଥମିକତା ଦିଆଯିବ ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି।

ସୂଚନାଯୋଗ୍ୟ, ଅପରେଶନ ବାର୍ପ ସ୍ପୀଡ଼ ଅନ୍ତର୍ଗତ ଭ୍ୟାକ୍ସିନ ଡୋଜ୍ ବିତରଣ କରାଯିବ। ଗତ ସପ୍ତାହରେ ଫାଇଜର-ବାୟୋନଟେକ୍ ତା’ର ଭ୍ୟାକ୍ସିନକୁ ଆପାତକାଳୀନ ଭାବେ ଉପଯୋଗ କରିବା ପାଇଁ ଏଫଡୀଏ ନିକଟରେ ଆବେଦନ କରିଥିଲା। ଏହି ପ୍ରକ୍ରିୟା ଶେଷ କରିବା ପାଇଁ ଏଫଡୀଏକୁ ଆଉ ଅଳ୍ପ ସମୟ ଲାଗିବ ବୋଲି ଆଶା କରାଯାଉଛି। ଭ୍ୟାକ୍ସିନର ସମୀକ୍ଷା ଲାଗି ଡିସେମ୍ବର ପ୍ରାରମ୍ଭରେ ହିଁ ପରାମର୍ଶ କମିଟିର ବୈଠକ ଅନୁଷ୍ଠିତ ହେବ।