ରାଜ୍ୟରେ ଭଲ ହେଲେ ଆଉ ୨୭ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭ କରୋନ ପଜେଟିଭ। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ଛୁଇଁଥିବା ବେଳେ ସେଥିମଧ୍ୟରୁ ଆଜି ଗୋଟିଏ ଦିନରେ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ବର୍ତ୍ତମାନ ୭ଟି ଜିଲ୍ଲାର କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଓ ଲକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେଥିମଧ୍ୟରେ ବାଲେଶ୍ୱରରୁ ୯ଜଣ, ଭୁବନେଶ୍ୱରରୁ ୮ଜଣ, ଭଦ୍ରକରୁ ୪ଜଣ, ଗଞ୍ଜାମରୁ ୨ ଜଣ, ସୁନ୍ଦରଗଡ଼ରୁ ୨ ଜଣ, କୋରାପୁଟରୁ ଜଣେ ଓ କେନ୍ଦୁଝରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୪୩ରେ ପହଞ୍ଚିଲା।

ସେହିପରି ବର୍ତ୍ତମାନ ବାଲେଶ୍ୱରରରେ ୭୦ ଜଣ ଆକ୍ଟିଭ ଥିବା ବେଳେ ମୋଟ ୨୦ ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରେ ୩ ଜଣ ଆକ୍ଟିଭ ଓ ୪୫ ସୁସ୍ଥ, ଭଦ୍ରକରେ ୧୨ଜଣ ଆକ୍ଟିଭ ଓ ୧୯ ଜଣ ସୁସ୍ଥ, ଗଞ୍ଜାମରେ ୨୦୮ଜଣ ଆକ୍ଟିଭ ଓ ୨ ସୁସ୍ଥ, ସୁନ୍ଦରଗଡ଼ରେ ୧୧ ଜଣ ଆକ୍ଟିଭ ଓ ୧୨ଜଣ ସୁସ୍ଥ, କେନ୍ଦୁଝରରେ ୩ ଜଣ ଆକ୍ଟିଭ ଓ ଜଣେ ସୁସ୍ଥ ହେବା ସହ କୋରାପୁଟରୁ କରୋନ ଶୂନ ହୋଇଛି।

ଏଥିସହ ରାଜ୍ୟରେ ମୋଟ ଆକ୍ଟିଭ କେସ୍ ୩୯୨ ରହିଛି।