କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ସ୍ଥିତ କୋରୁକୋଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ମୋବାଇଲ ଚୋରି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ତେବେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଜଣେ ବ୍ୟକ୍ତି ଝରକା ନିକଟରେ ନିଜର ମୋବାଇଲକୁ ରଖିଥିଲେ।
ବିଦ୍ୟାଳୟର ପାଚେରୀ ନଥିବାରୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସେହି ରାସ୍ତା ଦେଇ ଯାଉଥିବାବେଳେ ମୋବାଇଲଟି ଝରକା ନିକଟରେ ଥିବା ଦେଖି ଚୋରି କରିନେଇଥିଲେ। ଏହି ସମୟରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ୨ ବ୍ୟକ୍ତି ତାକୁ ଗୋଡ଼ାଇ ଧରିବା ପରେ ବ୍ଲକ ପ୍ରଶାସନ ଚୋରି କରିଥିବା ଯୁବକ ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ତାକୁ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଏ ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା।
ମାଲକାନଗିରି ପୁଲିସ ଆସି ଚୋରି କରିଥିବା ଯୁବକକୁ ଗିରଫ କରିଥିବା ସୂଚନା ମିଳିଛି। କୋରୁକୋଣ୍ଡା ପ୍ରାଥମିକ ବିଦ୍ୟାଳୟ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରୁ ପାଚେରୀ ଡେଇଁବା ଏହା ଦ୍ୱିତୀୟ ଘଟଣା। ତେଣୁ କ୍ୱାରେଣ୍ଟାଇନ ସେଣ୍ଟରରେ ପୁଲିସ ନିୟୋଜିତ କରିବା ଏବଂ ବିଦ୍ୟାଳୟର ପାଚେରୀ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି।