ଓରକେଲ ପୁଲିସ ଦ୍ୱାରା ୨୫୦ କିଲୋ ଗଞ୍ଜେଇ ଜବତ: ୧ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ପୁଲିସକୁ ମିଳିଛି ଏକ ବଡ ସଫଳତା। ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ରାତି ୯ଟା ସମୟରେ ଏସଆଇ ଜୟପ୍ରକାଶ ନାରାୟଣ ହୋତାଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାର ସୁନାନଗର ଘାଟି ନିକଟରେ ପାଟ୍ରୋଲିଂ ସମୟରେ ଏକ ମିନି ଅଶୋକ ଲେଲାଣ୍ଡ ଗାଡି-(ଓଡି-୧୫ଏନ-୨୧୭୦)ରେ ଗଞ୍ଜେଇ ଦେଖିବାକୁ ପାଇଥିଲେ। ତେବେ ଗାଡ଼ିରୁ ୧୦ ଟି ପ୍ୟାକେଟରେ ୨୫୦ କିଲୋ ଗଞ୍ଜେଇ ଜବତ ହୋଇଛି। ପରେ ଏହି ଘଟଣାରେ ପୁଲିସ ଉକ୍ତ ଗାଡ଼ିର ଡ୍ରାଇଭରକୁ ଗିରଫ କରି ଓରକେଲ ଥାନାକୁ ଅଣିଥିଲା।

ଗିରଫ ଡ୍ରାଇଭରର ନାମ ଡମ୍ବରୁ ଗୌଡ଼ ଓ ସେ ମାଥିଲି ଥାନା ଅନ୍ତର୍ଗତ ଭେଜାଗୁଡା ଗ୍ରାମର ବୋଲି ଜଣାପଡିଛି। ତେବେ ସେ ଏହି ଗଞ୍ଜେଇକୁ ଚିତ୍ରକୋଣ୍ଡା ଅଞ୍ଚଳରୁ ବୈପାରିଗୁଡା ପର୍ଯ୍ୟନ୍ତ ଛାଡିବାକୁ ଯାଉଥିବା ତଦନ୍ତକାରୀ ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି। ଆଜି କେସ୍ ନଂ-୧୬୬/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।