୨୦ ହଜାର ଟଙ୍କାର କାଠ ପଟା ଜବତ, ୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍:  ବେଆଇନ ଭାବେ ଚୋରା ଚାଲାଣ ହେଉଥିବା କାଠ ପଟା ଜବତ କରାଯିବା ସହ କୋରାପୁଟ ବନାଞ୍ଚଳ ବିଭାଗ ଦ୍ୱାରା ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ୨ ଅଭିଯୁକ୍ତ  ଝିଲିକିଗୁଡ଼ା ଗ୍ରାମର ଡମ୍ବରୁ ମୁଦୁଲି(୨୨) ଓ ଉଡପୁଟି ଗ୍ରମାର ଗୋପାଳ ଖୋସଲା(୨୫) ବୋଲି କୋରାପୁଟ  ଫରେଷ୍ଟ ରେଞ୍ଜ ଅଧିକାରୀ ରୋହିତ କୁମାର ସୂଚନା ଦେଇଛନ୍ତି। ଜବତ କାଠ ପଟାର  ଆନୁମାନିକ ମୁଲ୍ୟ ୨୦ ହଜାର ଟଙ୍କା ହେବବୋଲି ଜଣାପଡ଼ିଛି।

ଅଭିଯୁକ୍ତମାନେ ସଦର ବ୍ଲକ୍ ମହାଦେଇପୁଟ ପଞ୍ଚାୟତ ଝିଲିକିଗୁଡ଼ା ଗ୍ରାମରୁ ଏକ ଅଟୋରିକ୍ସା ଯୋଗେ ପାଡୁଆ ଗ୍ରାମକୁ  କାଠ ପଟା ନେଉଥିବାବେଳେ ବାଗ୍ରାଛକରେ ବନବିଭାଗ  କର୍ମଚାରୀ ଅଟୋରିକ୍ସାକୁ  ଅଟକାଇ   ଯାଞ୍ଚ କରିଥିଲେ। ସେଥିରୁ କାଠ ପଟା ପାଇବା ପରେ ପଟ୍ଟା ସହ ଚାଲାଣରେ ବ୍ୟବହୃତ ଅଟୋରିକ୍ସାକୁ  ଜବତ କରିଥିଲେ। କୋଭିଡ ପରୀକ୍ଷା କରାଯାଇ ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ରେଞ୍ଜ ଅଧିକାରୀ ରୋହିତ କୁମାର ପ୍ରକାଶ କରିଛନ୍ତି।