ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ଆଉ ୨୪୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୬ଜଣ ଓ ସ୍ଥାନୀୟ ସଂକ୍ରମଣ ୧୭୯ଜଣ ରହିଛନ୍ତି। ଅନ୍ୟପଟେ ୧୮୧ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୫ହଜାର ହୋଇଥିବାବେଳେ ୧ଲକ୍ଷ ୭୦୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୯୭୯ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୨୯୨ଜଣ ଚିକିତ୍ସିତ ହେଉଛନ୍ତି।