ବଦଳିଲା ସ୍କୁଲ ଖୋଲିବା ତାରିଖ

ଭୁବନେଶ୍ୱର, ଏନ୍ଏନ୍ଏସ୍: ନଭେମ୍ବର ୧୬ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାନେଇ ଆଜି ରାଜ୍ୟ ସରକାର ଘୋଷଣା କରିଥିଲେ। ମାତ୍ର ଏହାର କିଛି ସମୟ ମଧ୍ୟରେ ତାରିଖ ପରବର୍ତ୍ତନ ହୋଇଛି। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ସୂଚନା ଦେଇଛନ୍ତି । ଏହା ସହିତ ସାନି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁସାରେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିବା ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇପାରିବ। କିନ୍ତୁ ତା’ପୂର୍ବରୁ ବିଭିନ୍ନ ଷ୍ଟୋକହୋଲ୍ଡରଙ୍କ ସହ ବିଭାଗ ଆଲୋଚନା କରିବ ଏବଂ ଆବଶ୍ୟକୀୟ ଗାଇଡଲାଇନ ଓ ଏସଓପି ଜାରି ହେବ।