ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୩,୦୬୮ କରୋନା ରୋଗୀ

ଦିଲ୍ଲୀ,ଏନ୍ଏନ୍ଏସ୍: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଏହା ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩,୦୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୪୬ ହଜାର ୮୪୬ରେ ପହଞ୍ଚିଛି।

ଅନ୍ୟପଟେ ୨୪ ଘଣ୍ଟାରେ ୩୩୬ ଜଣଙ୍କ ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୦୯୨କୁ ବୃଦ୍ଧି ପାଇଛି। ତେବେ ଦେଶରେ ୨ ଲକ୍ଷ ୮୧ ହଜାର ୯୧୯ଟି କରୋନା ସକ୍ରିୟ ମାମଲା ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୭ ଲକ୍ଷ ୧୭ ହଜାର ୮୩୪ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୁଚନା ଦିଆଯାଇଛି।