ଝାରସୁଗୁଡ଼ାରେ ପୁଣି ୨୩ କରୋନା ପଜିିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୨୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୭ଜଣ, ବ୍ରଜରାଜନଗର ପୌରାଞ୍ଚଳରୁ ୯ଜଣ, ଝାରସୁଗୁଡ଼ା ବ୍ଲକରୁ ୩ଜଣ, ଲଖନପୁର ବ୍ଲକରୁ ୩ଜଣ ଓ ଲଇକେରା ବ୍ଲକରୁ ଜଣେ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ତେବେ କୋଲାବିରା ବ୍ଲକ ଅଞ୍ଚଳରୁ ଗତ ୪ଦିନ ମଧ୍ୟରେ ଜଣେ ହେଲେ ପଜିଟିଭ ଚିହ୍ନଟ ହୋଇ ନାହାନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୦୩୧କୁ ପହଞ୍ଚିଥିବାବେଳେ ୬,୮୧୯ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୯ ଜଣଙ୍କ ଚିକିତ୍ସା ଜାରି ରହିଛି। ଅନ୍ୟପଟେ ଜିଲ୍ଲାରେ ୨୩ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।