ଝାଟି ମାଟି ଘରୁ ୨୨୭କେଜି ଗଞ୍ଜେଇ ଜବତ

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍ : ଫିରିଙ୍ଗିଆ ଥାନା ପୁଲିସ ଏକ ଝାଟି ମାଟି ଘର ଉପରେ ଚଢ଼ଉ କରି ୨୨୭ କେଜି ଗଞ୍ଜେଇ ଜବତ କରିଛି । ମିଳିଥିବା ରିପୋର୍ଟ ମୁତାବକ, ଫିରିଙ୍ଗିଆ ପୁଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମତିଙ୍ଗିଆ କାମ୍ବାପଡ଼ା ରାସ୍ତା ମଝିରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଚଢ଼ଉ କରିଥିଲା । ପୁଲିସକୁ ଦେଖି ମାଫିଆମାନେ ଫେରାର ହୋଇ ଯାଇଥିଲେ। ପରେ ପୁଲିସ ରାସ୍ତା ନିକଟରେ ଥିବା ଝାଟିମାଟି ଘରୁ ଗଞ୍ଜେଇ ଜବତ ପରେ ଓଜନ କରିବାରୁ ୨୨୭ କେଜି ଗଞ୍ଜେଇ ହୋଇଥିଲା । ଅନ୍ୟପଟେ ଫିରିଙ୍ଗିଆ ଥାନାରେ ଏନେଇ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରହିଥିବା ସମ୍ପର୍କରେ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।