ବଲାଙ୍ଗିରରେ ଆଜି ୨୨୭ ସଂକ୍ରମିତ

ବଲାଙ୍ଗିର,ଏନ୍ଏନ୍ଏସ୍ : ବଲାଙ୍ଗିର ଜିଲ୍ଲାରେ ବିସ୍ଫୋରକ ସ୍ଥିତି ଦେଖା ଦେଇଛି। ବିଗତ କିଛି ଦିନ ହେଲା ସଂକ୍ରମଣ ସଂଖ୍ୟା ଲଗାତାର ତିନି ଅଙ୍କ ଛୁଉଁ ଥିବାବେଳେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟା ୨୨୭ରେ ପହଞ୍ଚିଛି। ଏଥିମଧ୍ୟରୁ କେବଳ ବଲାଙ୍ଗିର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମିଶି ସମୁଦାୟ ୧୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୮ଜଣ, ବଲାଙ୍ଗିର ବ୍ଲକରୁ ୫୭ ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୭୧ ଜଣ, ବେଲପଡ଼ା ବ୍ଲକରୁ ୩ଜଣ, ଦେଓଗାଁ ବ୍ଲକରୁ ଜଣେ, ଗୁଡଭେଲା ବ୍ଲକରୁ ୨ ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୧୫ ଜଣ, ଖପ୍ରାଖୋଲ ବ୍ଲକରୁ ୨ ଜଣ, ଲୋଇସିଂହା ବ୍ଲକରୁ ୯ ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ ବ୍ଲକରୁ ୩ ଜଣ, ପାଟଣାଗଡ ସହରାଞ୍ଚଳରୁ ୫ ଜଣ, ପୁଇଁନ୍ତଳା ବ୍ଲକରୁ ୧୦ ଜଣ, ସଇଁନ୍ତଳା ବ୍ଲକରୁ ୧୮ ଜଣ , ଟିଟିଲାଗଡ ଗ୍ରାମାଞ୍ଚଳରୁ ୨ଜଣ, ଟିଟିଲାଗଡ ସହରରୁ ୧୬ ଜଣ , ତୁଷୁରା ବ୍ଲକରୁ ୨ ଜଣ ଓ ତୁରେକେଲା ବ୍ଲକରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୦୬୨୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୨୬୪ ଜଣ ସ୍ୱସ୍ଥ ହୋଇଥିବାବେଳେ ୧୩୧୨ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି।