ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ୍

ନୂଆଦିଲ୍ଲୀ,ଏଜେନ୍ସି: ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଭାରତ ଓ ଫିଲିପାଇନ୍ସ ଗସ୍ତ ବାତିଲ କରିଛନ୍ତି। ଜାପାନରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ଚଳିତ ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ସୁଗା ଭାରତ ଗସ୍ତରେ ଆସିବାର ଥିଲା। କେବଳ ଜାପାନରେ ନୁହେଁ ଭାରତରେ ମଧ୍ୟ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦେଖାଦେଇଛି। ଦୈନିକ ୨ଲକ୍ଷରୁ ଊଦ୍ଧ୍ୱର୍ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ଜାପାନରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦେଖାଦେଇଛି। ଏଥିପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କର ଭାରତ ଗସ୍ତ ବାତିଲ୍ କରିଥିଲେ।