ଟ୍ରକ୍-ବାଇକ୍ ଧକ୍କା : ମା’ ମୃତ, ପୁଅ ଗୁରୁତର

ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ତୁମୁଡିବନ୍ଧ ଥାନା ନିକଟସ୍ଥ ଜରିଘାଟିଠାରେ ଏକ ଟ୍ରକ୍ ଧକ୍କାରେ ମା’ ର ମୃତ୍ୟୁ ହୋଇଥିବାବେଳେ ବାଇକ୍ ଆରୋହୀ ପୁଅ ଗୁୁରୁତର ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, କୋଟଗଡ଼ରୁ ତୁଳସା ରଣା ଓ ତାଙ୍କ ପୁଅ ପିଣ୍ଟୁ ବାଲିଗୁଡ଼ା ଯାଉଥିବାବେଳେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଫଳରେ ଟ୍ରକଟି ତୁଳସାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ପିଣ୍ଟୁକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି। ତେବେ କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ଧାରଣା ଦେଇଥିଲେ। ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ ଏସଆଇ ତ୍ରିଲୋଚନ ପ୍ରଧାନ, ନୀଳାଞ୍ଚଳ ଜେନା ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା। ଏ ନେଇ ତୁମୁଡିବନ୍ଧ ଏକ ମାମଲା ରୁଜୁକରି ତଦନ୍ତ କରୁଥିବା ଜଣାପଡ଼ିଛି।