୨୦,୦୩୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨୫୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦,୦୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୮୬ ହଜାର ୭୧୦ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ୨ ଲକ୍ଷ ୫୪ ହଜାର ୨୫୪ ଜଣ ସକ୍ରିୟ ରୋଗୀ ରହିଛନ୍ତି।

ସେହିପରି ଦେଶରେ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୯୮ ଲକ୍ଷ ୮୩ ହଜାର ୪୬୧କୁ ବୃଦ୍ଧି ପାଇଛି। ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୯୯୪କୁ ବୃଦ୍ଧି ପାଇଛି।