୨ ହଜାର ଦଳୀୟ କର୍ମୀଙ୍କୁ ପ୍ରଶିକ୍ଷଣ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ବିଜେଡି ପକ୍ଷରୁ ୩ ଦିନିଆ ପ୍ରଶିକ୍ଷଣ ଶିବିରର୨ୟ ଦିନରେ ରିଆମାଳ ଜିଲ୍ଲା ପରିଷଦ ୨ଟି ଜୋନର କର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ଜିଲ୍ଲା ବିଜେଡି ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପ୍ରାୟ ୨ ହଜାର ଦଳୀୟ କର୍ମୀଙ୍କୁ ନେଇ ଦଳୀୟ ମୁଖପାତ୍ର ମିହିର କୁମାର ରାୟ ଓ ସୌମ୍ୟ ରଞ୍ଜନ ମହାପାତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିର ଆରମ୍ଭ ପୂର୍ବରୁ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ବିଜେଡିର ସମସ୍ତ ପଦାଧିକାରୀ ସମେତ ମହିଳା ବିଜେଡି ସଭାନେତ୍ରୀ ଅରୁଣି ପ୍ରଧାନ, ନଗର ସଭାପତି ଶୁକଦେବ ଭଞ୍ଜ, ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ, ଛାତ୍ର ବିଜେଡି ସଭାପତି ଭବାନୀ ଶଙ୍କର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ସରପଞ୍ଚ ସଂଘ ସଭାପତି ସତ୍ୟ ନାରାୟଣ ପାଣି, ଜିଲ୍ଲା ପରିଷଦ ସଦସ୍ୟା ବାସନ୍ତୀ ବେହେରା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପାଞ୍ଜିଆ ଭୋଇ, ରାଜ୍ୟ ସମ୍ପାଦକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, କାର୍ଯ୍ୟକାରିଣୀ ସଦସ୍ୟ ଇଂ ସୁଜିତ କୁମାର ପ୍ରଧାନ ଓ ଏସଡ଼ିସିସି ବ୍ୟାଙ୍କ ପୂର୍ବତନ ଅଧ୍ୟକ୍ଷ ଅମରେନ୍ଦ୍ର ଗଂଗଦେବ ପ୍ରମୁଖ ମଞ୍ଚାସିନ ରହି ଆଗାମୀ ନିର୍ବାଚନରେ ଦେବଗଡ଼ ବିଧାନସଭା ମଣ୍ଡଳୀରେ ବିଜେଡିକୁ କ୍ଷମାତାସୀନ କରିବାକୁ ଉପସ୍ଥିତ କର୍ମୀଙ୍କ ସହ ସଂକଳ୍ପ ନେଇଥିଲେ ।