ମା’ ଗୃହ ପରିଚାଳିକାଙ୍କ ସନ୍ଦେହଜନକ ମୃତ୍ୟୁ

ଚନ୍ଦ୍ରପୁର,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରରେ ଥିବା ମା’ ଗୃହର ପରିଚାଳିକାଙ୍କ ଜୀବନ୍ତ ଦଗ୍ଧ ମୃତଦେହ ଚନ୍ଦ୍ରପୁର ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ ଲକ୍ଷ୍ମୀ ମାଝୀ(୨୩) । ଚନ୍ଦ୍ରପୁର ଡାକ୍ତରଖାନା ନିକଟରେ ଏହି ଘଟଣା ଘଟିଥିବାବେଳେ ମୃତକଙ୍କ ନିଜ ଘର କାଶିପୁର ବ୍ଲକ ନିକିଟିଗୁଡ଼ା ଗାଁର ବୋଲି ଜଣାପଡ଼ିଛି । ଲକ୍ଷ୍ମୀ ଜଣାଶୁଣା ରାଜନୈତିକ କର୍ମୀ ତଥା ବୁଦ୍ଧିଜୀବୀ ବଳଧର ମାଝୀଙ୍କ ଝିଅ । ତେବେ କିଭଳି ପରିସ୍ଥିତିରେ ନିଆଁ ଲାଗିଲା ଏବଂ କେଉଁ ପରିସ୍ଥିତିରେ ଲକ୍ଷ୍ମୀ ମୃତ୍ୟୁବରଣ କଲେ ତା’ର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସାଇଣ୍ଟଫିକ ଟିମ୍ ପହଞ୍ଚିବା ପରେ କିଭଳି ଭାବେ ମୃତ୍ୟୁ ହୋଇଛି ତାହା ଜଣାପଡ଼ିବ ।