ପୁରୀରୁ ୨୦ ଲକ୍ଷର ବ୍ରାଉନସୁଗର ଜବତ

ପୁରୀ,ଏନ୍ଏନ୍ଏସ୍: ପୁରୀରେ ଚାଲିଛି ବେଧଡକ ନିଶା କାରବାର। ଆଜି ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ସିଦ୍ଧ ମହାବୀର ଲେବୁଲ କ୍ରସିଂରୁ ୨୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ଯାହାର ଅନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଶିବ ପ୍ରସାଦ ବେହେରା ଓ ରଘୁନାଥ ଦାସ।

ସୂଚନାଯୋଗ୍ୟ ଯେ ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ବାଲେଶ୍ୱରରୁ ଧଳା ଜହର ଚାଲାଣ ହେଉଥିଲେ। ଏହି ସମୟରେ ଅବକାରୀ ବିଭାଗ ଖବରପାଇ ଚଢ଼ଉ କରି ବ୍ରାଉନସୁଗର ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଛି।