ହୀରାକୁଦରେ ଆଜିଠାରୁ ପକ୍ଷୀଗଣନା ଆରମ୍ଭ

ସମ୍ବଲପୁର,ଏନ୍ଏନ୍ଏସ୍: ପ୍ରତିବର୍ଷ ଡିସେମ୍ବର ମାସରୁ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟକୁ ଛୁଟି ଆସନ୍ତି ରଙ୍ଗବେରଙ୍ଗ ଓ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ। ଏବଂ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ବିଭିନ୍ନ ଅଞ୍ଚଳରେ ପକ୍ଷୀ ଗଣନା କରାଯାଏ।

ତେବେ ଚିଲିକା ପରେ ଆଜି ଠାରୁ ହୀରାକୁଦରେ ଆରମ୍ଭ ହୋଇଛି ପକ୍ଷୀ ଗଣନା କାର୍ଯ୍ୟ। ଆଜି ସକାଳ ୬ଟାରୁ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଡିଭିଜନର ମୋଟ ୨୧ଟି ଟିମ୍ ସହିତ ଓୟୁଏଟିର ଛାତ୍ରଛାତ୍ରୀମାନେ ଏହି ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଗତ ବର୍ଷ ହୀରାକୁଦକୁ ୯୨ ପ୍ରଜାତିର ପାଖାପାଖି ଦେଢ ଲକ୍ଷ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ ଚଳିତ ବର୍ଷ ଅଧିକ ପକ୍ଷୀ ଆସିଥିବା ଅନୁମାନ କରାଯାଉଛି।