ନବରଙ୍ଗପୁର ମହାବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ମହାବିଦ୍ୟାଳୟରେ ନୂତନ ଭାବେ ଦାଖଲ ହୋଇଥିବା ଯୁକ୍ତ ୨ ବିଜ୍ଞାନ, ବାଣିଜ୍ୟ ଓ କଳା ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳ ଏହି ଉତ୍ସବକୁ ଉଦଘାଟନ କରି ମହାବିଦ୍ୟାଳୟକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଏକ ଅଗ୍ରଣୀ ଅନୁଷ୍ଠାନରେ ପରିଣତ କରିବାକୁ ନୂତନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଛାତ୍ର ସଂସଦ ଉପଦେଷ୍ଟା ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ମହାବିଦ୍ୟାଳୟର ଅତୀତର କୃତିତ୍ୱ ଗୁଡ଼ିକର ବିବରଣୀ ପ୍ରଦାନ କରିବା ସହ ଛାତ୍ରଛାତ୍ରୀଙ୍କୁ ସେହି ମାର୍ଗରେ ଯିବାପାଇଁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ସମସ୍ତ ବିଭାଗର ମୁଖ୍ୟ ଯଥା ଓଡ଼ିଆ ବିଭାଗର ମୁଖ୍ୟ ଡା. ନନ୍ଦିତା ମିଶ୍ର, ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ଘାସିରାମ ବେହେରା, ଇତିହାସ ବିଭାଗ ମୁଖ୍ୟ ପ୍ରଧ୍ୟାପିକା ସଙ୍ଗୀତା ତ୍ରିପାଠୀ, ଦର୍ଶନ ବିଭାଗର ମୁଖ୍ୟ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତ୍ତା, ରାଜନୀତି ବିଭାଗ ମୁଖ୍ୟ ଅଧ୍ୟାପିକା ନିର୍ମଳା ହିକକା ଯୋଗଦେଇ ନିଜ ନିଜ ବିଭାଗରେ ଥିବା ଅଧ୍ୟାପକ ଅଧ୍ୟାପିକାଙ୍କର ପରିଚୟ ପ୍ରଦାନ କରିଥିଲେ । ଏହାସହ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଏକ ସୁନ୍ଦର ଭବିଷ୍ୟତ ତିଆରି କରିବା ପାଇଁ ଶୁଭକାମନା ଜଣାଇଥିଲେ । ମହାବିଦ୍ୟାଳୟର ଆକାଡେମିକ୍ ବର୍ଷର ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ସହ ଚାରିତ୍ରିକ ଓ ବୌଦ୍ଧିକ ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨ଶହ ଛାତ୍ରଛାତ୍ରୀଙ୍କ ସହ କିଛି ଅଭିଭାବକ ଯୋଗ ଦେଇଥିଲେ ।