ଦିଲ୍ଲୀ ଏମ୍ସରେ ଭୀଷଣ ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସରେ ଭୀଷଣ ନିଆଁ ଲାଗିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୮ଟି ଗାଡ଼ି ମହଜୁଦ ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତି ଆହତ ହୋଇଥିବା ନେଇ ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ, ଏମ୍ସର ଏଣ୍ଡୋସ୍କୋପୀ ବିଭାଗରେ ସକାଳ ୧୧ଟା ୫୫ ମିନିଟରେ ନିଆଁ ଲାଗିଥିଲା । ଘଟଣାକୁ ଦୃଷ୍ଟିରେ ରଖି ହସ୍ପିଟାଲ ପ୍ରଶାସନ ତୁରନ୍ତ ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରିଥିଲେ । ଅଗ୍ନି ଲାଗିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।