ଇମ୍ରାନ ଖାନଙ୍କୁ ସଜା ପରେ ସମର୍ଥକଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଜି ଏକ ଦୁର୍ନୀତି ମାମଲାରେ ୩ ବର୍ଷର ସଜା ହେବା ପରେ ଗିରଫ କରାଯାଇଛି । ସେଥିପାଇଁ ଇମ୍ରାନଙ୍କ ସମର୍ଥକମାନେ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ଅନେକ ସ୍ଥାନରେ ପୁଲିସ ସହ ସମର୍ଥକଙ୍କ ସଂଘର୍ଷ ମଧ୍ୟ ହୋଇଛି । ଏହି ସଂଘର୍ଷ ହିଂସାତ୍ମକ ରୂପ ଧାରଣ କରିବାକୁ ନେଇ ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ମେ’ ୯ ତାରିଖରେ ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନରେ ହିଂସା ଓ ପ୍ରଦର୍ଶନ ଯୋଗୁ ଖୁବ୍ ହଙ୍ଗାମା ହୋଇଥିଲା । ପରେ ସରକାର ଇମ୍ରାନ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।