ବିଷାକ୍ତ ଛତୁ ଖାଇ ୨ ଗୁରୁତର 

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଭାଲୁକାନାଡି ପଞ୍ଚାୟତ ସରିଆପଡା ଗ୍ରାମର ୨ ଜଣ ଲୋକ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଦ୍ବୟ ହେଲେ ସୁକୃ ସାନ୍ତା(୬୦) ଓ ହରି ସାନ୍ତା(୪୦)।

ସୂଚନା ଅନୁସାରେ ଦୁହେଁ ଭରୁଆମୁଣ୍ଡା ସ୍ଥିତ ମକା ଜମିକୁ ସାର ପକାଇବାକୁ ଯାଇଥିଲେ। ସେଠାରେ ଛତୁ ସଂଗ୍ରହ କରି ଘରକୁ ଆଣି ସନ୍ଧ୍ୟାରେ ରୋଷଇ କରି ଖାଇଥିଲେ। ତେବେ ଖାଇବାର କିଛି ସମୟ ପରେ ଦୁହେଁ ଅସୁସ୍ଥ ହୋଇପଡିଥିଲେ। ସେଠାରୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଦୁହେଁ ସୁସ୍ଥ ଥିବା ଜଣାପଡିଛି।