ଜଳେଶ୍ବର,ଏନ୍ଏନ୍ଏସ୍: ବ୍ରାଉନସୁଗାର ବ୍ୟବସାୟୀ ଓ ପୁଲିସ ଅଧିକାରୀ ମଧ୍ୟରେ ଟଙ୍କା ନେଣଦେଣ ଘଟଣାରେ ଆଜି ଜଳେଶ୍ବର ଥାନା ଅଧିକାରୀ ନିଲମ୍ବିତ ହୋଇଥିବା ଜଣାପଡିଛି। ତେବେ ଏ ସମ୍ପର୍କିତ ଏକ ଅଡ଼ିଓ ଭାଇରାଲ ହୋଇଥିଲା। ଅଡ଼ିଓଟିରେ ଜଳେଶ୍ବର ଥାନା ଅଧିକାରୀ ଧନେଶ୍ୱର ସାହୁ ଓ ନାସୁରୁଦ୍ଦିନ ନାମକ ଜଣେ ବ୍ରାଉନସୁଗାର ବ୍ୟବସାୟୀ ମଧ୍ୟରେ ହୋଇଥିବା କଥାବାର୍ତ୍ତା ରେକର୍ଡ ଥିଲା। ଏଥିରେ ଆଇଆଇସି ଉକ୍ତ ବ୍ରାଉନସୁଗର ବ୍ୟବସାୟୀଙ୍କୁ ଟଙ୍କା ମଗୁଥିଲେ ଆଉ ନଦେଲେ ଜେଲ ପଠାଇ ଦେବାକୁ ଧମକ ଦେଉଥିବାର ଶୁଣିବାକୁ ମିଳିଥିଲା। ତେବେ ଘଟଣା ସାମ୍ନାକୁ ଆସିବା ପରେ ଗତକାଲି ଆଇଜି ଏସ୍ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି ଘଟଣାର ସତ୍ୟତା ଜଣାପଡିବା ପରେ ଧନେଶ୍ୱର ସାହୁଙ୍କୁ ପୁଲିସ ଡିଜି ନିଲମ୍ବିତ କରିଥିବା ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି।