ପ୍ରାଥିୀଙ୍କ ପାଇଁ ପ୍ରଚାର କଲେ ୨ ମନ୍ତ୍ରୀ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଳଗାଁ ୩୧ ନମ୍ୱର ଜୋନରେ ବିଜେପିରୁ ଉର୍ମିଳା ରଣା ଏବଂ ବିଜେଡିରୁ ରିତାରାଣୀ ହାତୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେଥିପାଇଁ ଘରକୁ ଘର ଯାଇ ଦଳୀୟ ନେତା ମନ୍ତ୍ରୀ ଭୋଟ ଭିକ୍ଷା କରୁଛନ୍ତି । ଏହି ଅବସରରେ ଶିଷକେଲା ଗାଁର ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ବିଜେଡି ପକ୍ଷରୁ ଏକ ସଭା ଆୟୋଜନ କରାଯାଇଥିଲା । ଗାଁ ପରିକ୍ରମା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂଦେଓ, ରାଜ୍ୟ ବିଜେଡି ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ୩୧ ନମ୍ୱର ଜୋନ ଜିଲ୍ଲା ପରିଷଦ ପାର୍ôଥନୀ ରିତାରାଣୀ ହାତୀ, ଶିଷକେଲା ସମିତି ସଭ୍ୟ ଦସୋବନ୍ତ ବେହେରା, ବିଜେଡି ନେତ୍ରୀ ମୈତ୍ରୀ ସାହୁ, ମାନ ଭଞ୍ଜନ ପାଣିଗ୍ରାହୀ, ସୁରେନ୍ଦ୍ର ସାହୁ ଓ ପବିତ୍ର ସାହୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳସ୍ତରରେ କିଭଳି ଭାବେ ଲୋକେ ପାଇପାରିବେ ସେନେଇ ଲୋକଙ୍କୁ ବୁଝାଇ ଥିଲେ । ଏହି ସମୟରେ ପୂର୍ବତନ ସରପଞ୍ଚ ହରେ ରଣା, ପୁରନ୍ଦର ରଣା, ବିଶି କେଶନ ରଣା, ପପୁ ରଣା, ପିଙ୍କୁ ରଣା ଓ ପୂର୍ବତନ ସମିତି ସଭ୍ୟା କୁନି ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ବିଜେପି ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ, ବିଜେପି ବିଧାୟକ ପ୍ରାଥିୀ ମହେନ୍ଦ୍ର କୁମାର ଠାକୁର, ସାଂସଦଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ସମେତ ଦଳର ଅନ୍ୟ ନେତାମାନେ ଆଜି ବେଳଗାଁ ମଣ୍ଡଳର ଘୁନସର, କୁଆଁରଗା, ଡୁମେରମୁଣ୍ଡା, ଭନ୍ଦ୍ରା ଓ ବେଳଗାଁ ଭଳି ଅନେକ ସ୍ଥାନକୁ ଯାଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ବୁଝାଇ ଭୋଟ ଭିକ୍ଷା କରିଥିଲେ ।