ନୂଆଦିଲ୍ଲୀ: କରୋନା ଲଢ଼େଇରେ ଏବେ ଭାରତକୁ ଆଉ ଏକ ଟିକା ମିଳିଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡୀସୀଜିଆଇ) ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ବାୟୋଲଜିକାଲ ଇ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛି । ଉକ୍ତ ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ନେବାକୁ ପଡ଼ିବ। ଏହି ଟିକାକୁ ୨ରୁ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ରଖିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।