ପିସି ଭାଗବଣ୍ଟା: ୨ ଯନ୍ତ୍ରୀ ନିଲମ୍ବିତ

  • ନୂଆପଡ଼ା: ପିସି ନେବା ଘଟଣାରେ ୨ ଜଣ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ ହୋଇଛନ୍ତି। ସିନାପାଲି ବ୍ଲକ ଜେଇ ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁ ନିଲମ୍ବିତ ହୋଇଛନ୍ତି। ସମ୍ପୃକ୍ତ ୨ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ପିଡି ଡିଆରଡିଏ ସୂଚନା ଦେଇଛନ୍ତି। ପିସି କାରବାର ସମୟର ଭିଡିଓ ଭାଇରାଲ ହୋଇଥିଲା। ବିଲ୍ ପାସ୍ କରିବା ପାଇଁ ଟଙ୍କା ନେବାବେଳେ ଭିଡିଓ ଓ ଅଡିଓ ଭାଇରାଲ ହୋଇଥିଲା। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।