ହାତୀ ଆକ୍ରମଣରେ ୨ ମୃତ

ବାରିପଦା,ଏନ୍ଏନ୍ଏସ୍: ଜଙ୍ଗଲକୁ ଶାଗ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ଗଲା ଜୀବନ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡର ବିଶୋଇ ରେଞ୍ଜର ଟୁଙ୍ଗୁରୁ ଜଙ୍ଗଲରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ରିପୋର୍ଟ ମୁତାବିକ,ବିଶୋଇ ଥାନା ଦୁଧକୁଣ୍ଡି ଗ୍ରାମର ୨ଜଣ ମହିଳା ଓ ଜଣେ ନାବାଳିକା ଗାଁ ପାଖ ଜଙ୍ଗଲକୁ ଶାଗ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ସେମାନେ ହାତୀ ଆକ୍ରମଣର ଶିକାର ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ମୃତକ ଦ୍ୱୟ ହେଲେ ନାତୁଣୀ ମେଘନା ବିନ୍ଧାଣି (୮) ଓ ଆଈ କାନ୍ଦିରି ମୁର୍ମୁ (୪୫)। ତେବେ ଅନ୍ୟଜଣେ ମହିଳା ଧାନୀ ବିନ୍ଧାଣି (୩୦)ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ପହଂଚି ଉଦ୍ଧାର କାର୍ୟ୍ୟ ଚଲାଇଥିବା ସୂଚନା ମିଳିଛି।