କୁଇନ କଙ୍ଗନାଙ୍କୁ କରୋନା

ମୁମ୍ବାଇ: ବଲିଉଡର ଅନେକ ସେଲିବ୍ରିଟିଙ୍କ ପରେ ଏବେ କୁଇନ କଙ୍ଗନା ରନାୱତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଙ୍ଗନା ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଏବେ ନିଜକୁ ହୋମ୍ କ୍ୱାରେଣ୍ଟାଇନ କରି ନେଇଛନ୍ତି। ଗତ କିଛିଦିନ ହେବ ଆଖି ସାମାନ୍ୟ ଜଳିବା ସହ ସେ କ୍ଳାନ୍ତ ଅନୁଭବ କରୁଥିଲେ। ହିମାଚଳ ପ୍ରଦେଶ ଯିବାକୁ ଚାହୁଁଥିବାରୁ କରୋନା ଟେଷ୍ଟ କରାଇଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଛି। ଏଥିସହିତ ଏହି ଭାଇରସକୁ ନ ଡରି ତା’ ସହ ଲଢ଼ିବାକୁ କଙ୍ଗନା ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।