ସଞ୍ଜୟ ଲୀଲା ଭନସାଲୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ହୀରାଖଣ୍ଡରେ ନଜର ଆସିପାରନ୍ତି ଐଶ୍ବର୍ଯ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡ଼ର ପ୍ରସିଦ୍ଧ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ବଲିଉଡ଼କୁ ‘ଦେବଦାସ୍’, ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ୍’ ଭଳି ଅନେକ ସୁପରହିଟ୍ ଫିଲ୍ମ ଦେବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କର ପରବର୍ତ୍ତି ପ୍ରୋଜେକ୍ଟ ପାଇଁ ସେ ନେଟଫ୍ଲିକ୍ସ ସହିତ ହାତ ମିଳାଇଛନ୍ତି। ନିକଟରେ ତାଙ୍କର ବଲିଉଡରେ ୨୫ ବର୍ଷ ପୁରିଥିବା ବେଳେ ସଞ୍ଜୟ ଲୀଲା ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ‘ହୀରାଖଣ୍ଡ’ରେ ବ୍ୟସ୍ତ ଅଛନ୍ତି। ଯାହାକୁ ସେ ଗତ ୧୨ ବର୍ଷ ଧରି ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି। ସଞ୍ଜୟ ଲୀଲା ଭନସାଲୀଙ୍କ ୱେବ୍ ସିରିଜ୍ ହୀରାଖଣ୍ଡ ବର୍ତ୍ତମାନ ବେଶ ଚର୍ଚ୍ଚାରେ ଅଛି। ଏହି ୱେବ୍ ସିରିଜରେ ପ୍ରେମ, ପ୍ରତାରଣା, ଉତ୍ତରାଧିକାରୀ ଓ ରାଜନୀତିର ଦୃଶ୍ୟ ଦେଖାଯିବ। ସବୁଠାରୁ ବଡ କଥା ହେଲା ଏହି ଫିଲ୍ମ ପାଇଁ ସବୁଠୁ ବଡ ଅଭିନେତ୍ରୀଙ୍କ ନାମ ଶୁଣିବାକୁ ମିଳିଛି।

ଏହି ସିରିଜରେ କାମ କରିବାକୁ ବଲିଉଡର ବହୁ ଅଭିନେତ୍ରୀଙ୍କ ନାମ ଆଗକୁ ଆସିଥିଲା। ଖବର ଅନୁଯାୟୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ନାମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ ଐଶ୍ୱର୍ଯ୍ୟା ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ଐଶ୍ୱର୍ଯ୍ୟା ତାଙ୍କର ପ୍ରିୟ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନାମଙ୍କ ସହ ତାଙ୍କର ଗୋଟିଏ ପ୍ରୋଜେକ୍ଟ ଶେଷ କରିସାରିଛନ୍ତି। ଐଶ୍ୱର୍ଯ୍ୟା ପୂର୍ବରୁ ସଞ୍ଜୟ ଲୀଲାଙ୍କ ‘ହିରାଖଣ୍ଡ’ରେ ଭେଟେରାନ ଅଭିନେତ୍ରୀ ରେଖା ନେବାକୁ ନିଷ୍ପତ୍ତି ନେଇଥିଲେ, ହେଲେ ପରବର୍ତ୍ତୀ ସମୟରେ ରେଖାଙ୍କ ସହ କାମ କରିବା ଟିକେ କଷ୍ଟସାଧ୍ୟ ହୋଇପଡିଛି।