ଖପ୍ରାଖୋଲ,ଏନ୍ଏନ୍ଏସ୍: ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ଡୁଡୁକିପଦର ଗାଁର କମ୍ୟୁନିଟି ସେଣ୍ଟରରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ସୂଚନା ଅଧିକାର ଆଇନ ସମ୍ପର୍କିତ ୨ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶତ୍ରୁଘ୍ନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ବରିଷ୍ଠ ସୂଚନା ଅଧିକାର କର୍ମୀ ଅଞ୍ଜନ ରଥ, ରୋହନ ମହାନ୍ତି, ସୁଶାନ୍ତ ଗଡ଼ତ୍ୟା, ସଚ୍ଚିକାନ୍ତ ପ୍ରଧାନ, ପୂର୍ବତନ ସରପଞ୍ଚ ଜତୀ ପ୍ରଧାନ, ସଞ୍ଜୀବ ଶତପଥୀ ଓ ପ୍ରହ୍ଲାଦ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସୂଚନା ଅଧିକାର ଆଇନ ୨୦୦୫ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ବିଭିନ୍ନ ସ୍ତରରେ ହେଉଥିବା ଅନିୟମିତତା ଓ ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ପାଇଁ ସୂଚନା ଅଧିକାର ଆଇନ ଏକ ଅମୋଘ ଅସ୍ତ୍ର ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ । ସୂଚନା ଅଧିକାର ଅଭିଯାନକୁ ଗାଁ ସ୍ତର ଯାଏଁ ପହଞ୍ଚାଇ ଏହି ଆଇନର ବ୍ୟବହାର ଉପରେ ସଚେତନ କରି ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିପ୍ର ବିଶି, ପୂର୍ଣଚନ୍ଦ୍ର ଭୋଇ, ତ୍ରିଲୋଚନ ପୁଞ୍ଜି, ଗୋଲାପ ନିଆଲ, ଟିକେଶ୍ୱର ଧରୁଆ, କମଳା ନାୟକ, ରାଜକୁମାରୀ ଧରୁଆ, ବିମିଳା ବାଗ, ସବିତା ମେହେର ଓ ବୈଜୟନ୍ତି ସରାପ ପ୍ରମୁଖ ବଲାଙ୍ଗିର, କଳାହାଣ୍ଡି, ବରଗଡ଼ ଓ ନୂଆଁପଡ଼ା ଅଞ୍ଚଳର ସୂଚନା ଅଧିକାର କର୍ମୀମାନେ ଯୋଗ ଦେଇଥିଲେ । ଶେଷରେ ଶଙ୍କର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।