ନୂଆଦିଲ୍ଲୀ: ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ଭାରତରେ ୧୦ ଲକ୍ଷ ଚାକିରି ସୃଷ୍ଟି ହେବ । ଏନେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟେଲ ସୂଚନା ଦେଇଛନ୍ତି । ଅଷ୍ଟ୍ରେଲିଆ ସହ ହୋଇଥିବା ନୂଆ ବାଣିଜ୍ୟ ଚୁକ୍ତି ପରେ ଆଗାମୀ ୫ ବର୍ଷରେ ଭାରତ ପାଖାପାଖି ୪୦ରୁ ୫୦ ବିଲିୟନ ଆମେରିକୀୟ ଡଲାରରେ ପହଂଚିବ ଯାହାକି ଏବେ ୨୭ ବିଲିୟନ ଡଲାର ରହିଛି ।
ଭାରତ-ଅଷ୍ଟ୍ରେଲିଆ ଆର୍ଥିକ ସହଯୋଗ ଓ ବାଣିଜ୍ୟିକ ଚୁକ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କୋଟ ମରିସନ, ପୀୟୁଷ ଗୋୟେଲ ଓ ଅଷ୍ଟ୍ରେଲିଆର ବାଣିଜ୍ୟ ମନ୍ତ୍ରୀ ଡେନ ତେହାନଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିବା ଭର୍ଚ୍ଚୁଆଲ ସମାରୋହରେ ହସ୍ତାକ୍ଷର କରିଥିଲେ ।