ବିଜେପି ବିରୋଧରେ ସମର୍ଥନ ଜୁଟାଇବାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ

ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବିଜେପି ବିରୋଧରେ ସମର୍ଥନ ଜୁଟାଇବାକୁ ଉଦ୍ୟମ ଚଲାଇଛନ୍ତି । ସେଥିପାଇଁ କ୍ଷମତାଧାରୀ ବିଜେପିକୁ ଟାର୍ଗେଟ କରିବା ପାଇଁ କଂଗ୍ରେସ, ବାମଦଳ ଓ ବିଜେପି ବିରୋଧୀ ସମସ୍ତ କ୍ଷେତ୍ରୀୟ ଦଳକୁ ସଂଯୁକ୍ତ ମୋର୍ଚ୍ଚା ଗଢ଼ିବାକୁ ଷ୍ଟାଲିନ ଆହ୍ୱାନ ଦେଇଛନ୍ତି ।

ଏମକେ ଷ୍ଟାଲିନ କହିଛନ୍ତି ଯେ, ଯଦି ଆମେ ଭାରତର ବିବିଧତା, ସଂଘବାଦ, ଲୋକତନ୍ତ୍ର, ଧର୍ମନିରପେକ୍ଷତା, ସମାନତା, ବନ୍ଧୁତ୍ୱ, ରାଜ୍ୟର ଅଧିକାର ଓ ଶିକ୍ଷା ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କୁ ନିଜ ବ୍ୟକ୍ତିଗତ ରାଜନୈତିକ ମାନସିକତାକୁ ଗୋଟିଏ ପଟେ ରଖିଦେବା ଉଚିତ । ଭାରତକୁ ବଞ୍ଚାଇବା ପାଇଁ ସମସ୍ତେ ଏକାସହ ଆସିବା ଦରକାର ।