ସ୍ୱାମୀ ଆକ୍ରମଣରେ ସ୍ତ୍ରୀ ମୃତ; ଅଭିଯୁକ୍ତ ଗିରଫ

ବାରିପଦା,ଏନ୍ଏନ୍ଏସ୍: ଘରକୁ ସ୍ତ୍ରୀ ବିଳମ୍ବରେ ଫେରିବାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ। ଏହି ଘଟଣାରେ ସ୍ୱାମୀ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ବାରିପଦା ପୁଲିସ ସ୍ୱାମୀକୁ ଗିରଫ କରିଛି।

ବାରିପଦା ସଦର ଥାନା ଆଇଆଇସି ପ୍ରେମଦା ନାୟକଙ୍କ କହିବା ଅନୁସାରେ ଗତ ଜୁନ ୧୫ରେ ରଜପର୍ବ ପାଳନ ସମୟରେ ବଇଦପୁର ଗ୍ରାମର ଭାଗୀରଥି ସୋରେନଙ୍କ ସ୍ତ୍ରୀ ସୋମବାରୀ ସୋରେନ ଘରକୁ ବିଳମ୍ବରେ ଫେରିଥିଲେ। ଏହାକୁ ନେଇ ସ୍ୱାମୀ ଭାଗୀରଥି ତା’ର ସ୍ତ୍ରୀ ସୋମବାରୀଙ୍କୁ ମାରପିଟ କରିଥିଲେ। ଏଥିରେ ସୋମବାରୀ ଗୁରୁତର ଆହତ ହୋଇଥିଲେ।

ଗତ ଜୁନ ୧୯ରେ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାରୀର ମୃତ୍ୟୁ ହୋଇଛି। ଏନେଇ ବାରିପଦା ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ ୮୧/୨୦୨୦ରେ ଏକ ମାମଲା ରୁଜୁ କରି ସ୍ୱାମୀକୁ ଗିରଫ କରିଛି।