୨ ବାଇକ୍ ମୁହାଁମୁହିଁ ଧକ୍କା : ୪ ଗୁରୁତର

ଗୁଣପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର ସହର ବାଇପାସ୍ ରୋଡସ୍ଥିତ ଡାଲଚିନ୍ ହୋଟେଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍ ବିପରୀତ ଦିଗରୁ ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଉକ୍ତ ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ଓ ସେହି ବାଇକରେ ବସିଥିବା ଆଉ ୨ଜଣ ବ୍ୟକ୍ତି ଅର୍ଥାତ୍ ମୋଟ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଆହତ ୨ଜଣଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଅନ୍ୟ ୨ଜଣ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଥିଲା। ଆହତଙ୍କ ମଧ୍ୟରୁ ୨ଜଣ ଗୁଣପୁର ବ୍ଲକ ଅନ୍ତର୍ଗତ ଅମଣିଂ ଗ୍ରାମର ଶଙ୍କର ଗୌଡ଼ ଓ ଡିମ୍ବ ଗୌଡ଼ ହୋଇଥିବାବେଳେ ଅନ୍ୟ ୨ଜଣ ବ୍ୟକ୍ତିଙ୍କ ସୂଚନା ମିଳିନାହିିଁ। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଉଥିବା ନେଇ ସୂଚନା ମିଳିଛି।