ଡାକ୍ତରଙ୍କୁ ଆକ୍ରମଣ କରି ୨ ଗିରଫ

କାଳୁପଡ଼ାଘାଟ,ଏନ୍ଏନ୍ଏସ୍: ଖୋର୍ଦ୍ଧାରେ ରୋଗୀ ସମ୍ପର୍କୀୟଙ୍କ ଆକ୍ରମଣରେ ଡାକ୍ତର ଆହତ। ଟାଙ୍ଗୀ ସିଏଚସିରେ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଆକ୍ରମଣ କରିଥିବା ସୂଚନା ମିଳିଛି। ଆକ୍ରମଣ ନେଇ ଥାନାରେ ଅଭିଯୋଗ କରିଛନ୍ତି ଆହତ ଡାକ୍ତର ଶୁଭାଶିଷ ଷଡ଼ଙ୍ଗୀ। ଅଭିଯୋଗ ପରେ ୨ ଜଣଙ୍କୁ ଗିରଫ କରି ପୁଲିସର ପଚରାଉଚରା କରୁଥିବା ଜଣାପଡ଼ିଛି।