୫୯ କିଲୋ ଗଞ୍ଜେଇ ଜବତ : ୨ ଗିରଫ

କୋରାପୁଟ, ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସ ଦ୍ୱାରା ୫୯ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ରାତିରେ ମାଛକୁଣ୍ଡ ପୁଲିସ୍ ପାଟ୍ରୋଲିଂ କରିବା ସମୟରେ ଏକ ବୋଲେରୋ ପିକଅଫ୍କୁ ଅଟକାଇ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ଓଜନ କରାଯିବା ପରେ ଗାଡିରେ ୫୯ କିଲୋ ୧୦୦ ଗ୍ରାମ ଗଞ୍ଜେଇ ମିଳିଥିଲା । ଏହି ଘଟଣାରେ ପୁଲିସ୍ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ପଣସପୁଟ ଅଞ୍ଚଳର ଅର୍ଜୁନ ଲୋକେଇ(୩୦) ଓ ଗୋପୀନାଥ ଖେମୁଣ୍ଡୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।