Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରଥମ ଟେଷ୍ଟ୍‌: ଅଶ୍ୱିନ୍‌ଙ୍କ ଅର୍ଦ୍ଧଶତକ, କୁଲଦୀପଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ, ଭାରତ ୪୦୪ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରଥମ ଟେଷ୍ଟ୍‌: ଅଶ୍ୱିନ୍‌ଙ୍କ ଅର୍ଦ୍ଧଶତକ, କୁଲଦୀପଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ, ଭାରତ ୪୦୪

ଚଟ୍ଟୋଗ୍ରାମ୍‌,ଏଜେନ୍ସି: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଭ୍ରମଣକାରୀ ଭାରତ ପ୍ରଥମ ଇନିଂସରେ ୧୩୩.୫ ଓଭର୍ ଖେଳି ୪୦୪ ରନ୍ କରିଛି । ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଗୁରୁବାର ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରବିଚନ୍ଦ୍ରନ୍ ଅଶ୍ୱିନ୍ ଅର୍ଦ୍ଧଶତକ କରିବା ସହ ଅଷ୍ଟମ ୱିକେଟ୍‌ରେ କୁଲଦୀପ ଯାଦବଙ୍କ ସାଥୀରେ ଗୁରୁତ୍ୱପୂର୍ଣ୍ଣ ୯୨ ରନ୍‌ର ଭାଗୀଦାରୀ କରିବା ଫଳରେ ଭାରତ ସ୍କୋର୍ ୪ ଶହ ଟପିଥିଲା । ସେହିପରି କୁଲଦୀପ ବ୍ୟାଟ୍ ସହ ବଲ୍‌ରେ ବି ଚମତ୍କାରିତା ଦେଖାଇଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର୍ ଜବାବରେ ଗୁରୁବାର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ୮ ୱିକେଟ୍ ବିନିମୟରେ ମାତ୍ର ୧୩୩ ରନ୍ କରି ଫଲୋଅନ୍‌ର ଦ୍ୱାରଦେଶରେ ପହଞ୍ଚିଯାଇଛି । ଷ୍ଟମ୍ପ୍‌ସ ଅପସାରଣ ବେଳକୁ ମେହିଦୀ ହସନ୍ ମିରାଜ୍ ୧୬ ଓ ଏବାଦତ୍ ହାସେନ୍ ୧୩ ରନ୍ କରି ଅପରାଜିତ ଅଛନ୍ତି । ଓପନର ନଜମୁଲ୍ ହସନ୍ ଶାଣ୍ଟୋ ଖାତା ଖୋଲିବା ପୂର୍ବରୁ ଇନିଂସର ପ୍ରଥମ ବଲ୍‌ରେ ଆଉଟ୍ ହେବା ଫଳରେ ମହମ୍ମଦ ସିରାଜ୍‌ଙ୍କୁ ପ୍ରଥମ ୱିକେଟ୍ ମିଳିଥିଲା ।

ଏହାପରେ ଭାରତୀୟ ବୋଲରମାନେ କ୍ରମାଗତ ୱିକେଟ୍‌ମାନ ନେଇଚାଲିଥିଲେ । ଅନ୍ୟତମ ଓପନର ଜାକିର୍ ହସନ୍‌, ଲିଟ୍ଟନ୍ ଦାସ ଓ ମୁଶଫିକର୍ ରହିମ୍ ଷ୍ଟାର୍ଟ ପାଇଥିଲେ ମଧ୍ୟ ଏହାକୁ ବଡ଼ ସ୍କୋର୍‌ରେ ପରିଣତ କରିପାରି ନଥିଲେ । ଜାକିର୍ ୩ଟି ଚୌକା ସହ ୨୦, ଲିଟ୍ଟନ୍ ୫ଟି ଚୌକା ମାଧ୍ୟମରେ ୨୪ ଏବଂ ମୁଶଫିକର୍ ରହିମ୍ ୩ଟି ଚୌକା ସହ ୨୮ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆସିର୍ ଅଲୀ ୪, ଅଧିନାୟକ ସାକିବ୍‌-ଅଲ୍‌-ହସନ୍ ୩ ଓ ତାଇଜୁଲ୍ ଇସଲାମ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ସେହିପରି ମିରାଜ୍ ଓ ଏବାଦତ୍‌ଙ୍କ ଅପରାଜିତ ଇନିଂସରେ ଗୋଟିଏ ଲେଖାଏଁ ଚୌକା ଓ ଛକା ରହିଛି । ଭାରତ ପକ୍ଷରୁ କୁଲଦୀପ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ସିରାଜ୍ ୩ଟି ଓ ଉମେଶ ଯାଦବଙ୍କୁ ଅନ୍ୟ ୱିକେଟ୍‌ଟି ମିଳିଥିଲା ।

ଏହା ପୂର୍ବରୁ ଗୁରୁବାର ସକାଳେ ପୂର୍ବ ଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ (୮୨) ଅଶ୍ୱିନ୍‌ଙ୍କ ସହ ୨୭୮/୬ରୁ ଖେଳ ଆରମ୍ଭ କରିଥିଲେ । ତେବେ ଶ୍ରେୟସ୍ ପୂର୍ବ ଦିନର ସ୍କୋର୍‌ରେ ମାତ୍ର ୪ ରନ୍ ଯୋଡ଼ିବା ପରେ ଆଉଟ୍ ହୋଇଥିଲେ । ଫଳସ୍ୱରୂପ ଭାରତ ଦିନର ପ୍ରଥମ ୱିକେଟ୍ ହରାଇଥିଲା । କିନ୍ତୁ ଅଶ୍ୱିନ୍ ଦୃଢ଼ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିବା ସହ କୁଲଦୀପଙ୍କ ସହଯୋଗରେ ଦଳୀୟ ସ୍କୋର୍‌କୁ ୩୮୫ରେ ପହଞ୍ଚାଇଥିଲେ । ୧୧୩ ବଲ୍ ଖେଳି ୨ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୫୮ ରନ୍ କରି ଅଶ୍ୱିନ୍ ଆଉଟ୍ ହୋଇଥିଲେ । ସେହିପରି କୁଲଦୀପ ୫ଟି ଚୌକା ସହ ୪୦ ରନ୍‌ର ଅବଦାନ ଦେଇଥିବା ବେଳେ ଉମେଶ ୨ଟି ଛକା ସହ ୧୫ ଓ ସିରାଜ୍ ଗୋଟିଏ ଚୌକା ସହ ୪ ରନ୍ କରିଥିଲେ । ବାଂଲାଦେଶ ପକ୍ଷରୁ ତାଇଜୁଲ୍ ଓ ମିରାଜ୍ ୪ଟି ଲେଖାଏଁ ଏବଂ ଏବାଦତ୍ ଓ ଖାଲେଦ୍ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।