ଝାରସୁଗୁଡ଼ାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ଜଣେ କରୋନା ଆକ୍ରାନ୍ତଙ୍କ ଆଜି ମୃତ୍ୟୁ ହୋଇଛି। ମୃତକ ଜଣକ ଜଣେ ୭୪ ବର୍ଷିୟ ପୁରୁଷ ହୋଇଥିବାବେଳେ ସେ ଗତ ୧୯ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କୁ ପ୍ରଶାସନ ପକ୍ଷରୁ ପ୍ରଥମେ ଝାରସୁଗୁଡା  ଓ ପରେ ରାଉରକେଲାସ୍ଥିତ ହାଇଟେକ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ରାଉରକେଲାରେ ହିଁ ତାଙ୍କର ଶବ ସତ୍କାର କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।