୩ ଜିଲ୍ଲା ଓ ୨ ସହରକୁ ବସ୍ ସେବା ମନା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ପରେ ଗୋଟିଏ ନିର୍ଦେଶନାମା ଜାରି କରାଯାଉଛି। ପୂର୍ବରୁ ରାଜ୍ୟର ୮ ଟି ହଟସ୍ପଟ ଅଞ୍ଚଳରୁ ଜିଲ୍ଲାକୁ ପ୍ରବେଶ ନିଷେଧ କରାଯାଇଥିବା ବେଳେ ଆଜି ଜିଲ୍ଲାରୁ ହଟସ୍ପଟ ଅଞ୍ଚଳକୁ ବସ୍ ସେବା ବନ୍ଦ କରାଯାଇଛି। ସୂଚନା ଅନୁଯାୟୀ, ଝାରସୁଗୁଡାରୁ ଗଞ୍ଜାମ, ବାଲେଶ୍ୱର, ଭଦ୍ରକ ଜିଲ୍ଲାର କୌଣସି ସ୍ଥାନକୁ ବସ୍ ଯାଇପାରିବ ନାହିଁ କି  ଆସି ପାରିବ ନାହିଁ। ସେହିପରି ବ୍ରହ୍ମପୁର ଓ ରାଉରକେଲାକୁ ମଧ୍ୟ ମଧ୍ୟ ବସ୍ ଯିବାଆସିବା ଉପରେ ପ୍ରଶାସନ ରୋକ ଲଗାଇଛି। ଏହି କଟକଣାକୁ ଅବମାନନା କଲେ ସେମାନଙ୍କ ବିରୋଧରେ ମହାମାରୀ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।