ମହାରାଷ୍ଟ୍ରରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ୧୯ ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ପାଖାପାଖି ୧୯ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୧୪ଜଣଙ୍କ ମୃତ୍ୟୁ ପାଣିରେ ବୁଡ଼ିଯିବା ଯୋଗୁ ହୋଇଛି । ଏଥିସହିତ ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି । କୋଲବାଦ ଅଞ୍ଚଳରେ ବର୍ଷା ଯୋଗୁ ଏକ ଗୋଛ ପେଣ୍ଡାଲରେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ମହାରାଷ୍ଟ୍ର ପୁଲିସ ସୂଚନା ପ୍ରଦାନ କରିଛି ।

ସୂଚନାଯୋଗ୍ୟ, ଅଗଷ୍ଟ ୩୧ରୁ ଆରମ୍ଭ ହୋଇଥିବା ୧୦ ଦିନିଆ ଗଣେଶ ଉତ୍ସବ ସମ୍ପନ୍ନ ହୋଇଛି ।