ବିଶ୍ବସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ବୁଲି ଦେଖିଲେ ୧୦୦ଟି ଚିଡ଼ିଆଖାନାର ନିର୍ଦ୍ଦେଶକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶ୍ୱସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏଥିପାଇଁ ନନ୍ଦନକାନନରେ ଏକ ସମ୍ମିଳନୀ ଆୟୋଜନ କରାଯାଇଛି। କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ଦେଶର ୧୦୦ଟି ଚିଡ଼ିଆଖାନାର ନିର୍ଦ୍ଦେଶକ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ ଦୁଇଦିନ ଧରି ଚାଲିବ। ଶନିବାର ସକାଳେ ସମସ୍ତ ନିର୍ଦ୍ଦେଶକ ନନ୍ଦନକାନନ ପ୍ରାଣୀଉଦ୍ୟାନର ସମସ୍ତ ଖୁଆଡ଼ ବୁଲି ବୁଲି ଦେଖିଥିଲେ।

ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ସମ୍ମିଳନୀରେ ସମସ୍ତ ନିର୍ଦ୍ଦେଶକ ଯୋଗ ଦେଇଥିବାବେଳେ ଆଗାମୀ ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ୱସ୍ତରୀୟ କରିବା ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଶ୍ୱ ସ୍ତରୀୟ ହେଲେ ଓଡିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଘଟିବ। ଜୀବ ଜନ୍ତୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିବ। ଯାହା ରାଜ୍ୟ ପାଇଁ ଏକ ଶୁଭ ଖବର।