ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି: ଗତ ୨୪ ଘଣ୍ଟାରେ ୧୮,୬୪୫ ଜଣ ପଜିଟିଭ ଚିହ୍ନଟ; ୨୦୧ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମିତଙ୍କ ମାମଲା ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮,୬୪୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ସଂକ୍ରମିତଙ୍କ ମାମଲା ସଂଖ୍ୟା ୧ କୋଟି ୪ ଲକ୍ଷ ୫୦ ହଜାର ୨୮୪କୁ ବୃଦ୍ଧି ପାଇଛି। ଅନ୍ୟପଟେ ଆଜି କରୋନାରେ ଆଉ ୨୦୧ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୯୯୯କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ୨ଲକ୍ଷ ୨୩ ହଜାର ୩୩୫ ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବାବେଳେ ୧ କୋଟି ୭୫ ହଜାର ୯୫୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।