ବନ୍ଧୁକ ମୁନରେ ଲୁଟ: ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ସୁନା ଗହଣା ଲୁଟ

କଳାହାଣ୍ଡି,ଏଜେନ୍ସି: କଳାହାଣ୍ଡିରେ ବଡ ଧରଣର ଡକାୟତି ହୋଇଛି। ବନ୍ଧୁକ ମୁନରେ ଲୁଟିନେଲେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ସୁନା ଗହଣା ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଭବାନୀପାଟଣା ବୋର୍ଡାର ପେଟ୍ରୋଲ ଟ୍ୟାଙ୍କ ମାଲିକ ଅନିଲ ଜୈନଙ୍କ ଘରେ ବିଳମ୍ବିତ ରାତିରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ବନ୍ଧୁକ ଦେଖାଇ ଲୁହା ଅସ୍ତ୍ରରେ ଆକ୍ରମଣ କରି ଲୁଟ ହୋଇଛି। ୫ ଜଣ ଡକାୟତ ଆସି ଏହି ଡକାୟତି କରିଥିବା ସୂଚନା ମିଳିଛି।

ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୧୨ ଟା ୪୦ ସମୟରେ ଅନୀଲ ଜୈନଙ୍କ ଘରକୁ ୫ ଜଣ ଡକାୟତ ପଛ ପଟ ଗେଟ ଦେଇ ପଶିଥିଲେ। ଡକାୟତମାନେ ଅନିଲ ଜୈନଙ୍କ ପରିବାର ଲୋକଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିଥିଲେ। ଏହାପରେ ଅନିଲଙ୍କ ଘରେ କଳାକନା ବୁଲାଇ ଦେଇଥିଲେ ଦୁର୍ବୃତ୍ତ। ଘରେ ଥିବା ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ସୁନା ଗହଣା ଲୁଟି ନେଇ ଫେରାର ହୋଇଯାଇଥିଲେ। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି। ମାସେ ଭିତରେ ଦୁଇଟି ବଡ଼ ଧାରଣ ଡକାୟତି ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ କଳାହାଣ୍ଡି ନୂଆ ପୁଲିସ ଆରକ୍ଷୀ ଅଧିକାରୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।