କ.ନୂଆଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ କଞ୍ଜାମେଣ୍ଡି -ବାଲିଗୁଡ଼ାକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗ୍ରାମବାସୀ ନିର୍ମାଣ କରିଛନ୍ତି ଏକ ଷ୍ଟପ୍ ବୋର୍ଡ। ଉକ୍ତ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଏହି ପଦକ୍ଷେପ ନେଇଥିବାବେଳେ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। କଞ୍ଜାମେଣ୍ଡି ପଞ୍ଚାୟତ ଶୀତାପାଲି କଲୋନୀର ସମସ୍ତ ଅଧିବାସୀଙ୍କର ମିଳିତ ସହଯୋଗରେ ଉକ୍ତ ଷ୍ଟପ୍ ବୋର୍ଡକୁ କ.ନୂଆଗାଁ ପୁଲିସ ଅଧିକାରୀ ପ୍ରକାଶ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ସାନିରା ପ୍ରଧାନ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଲୋନୀର ମୁରବି କାର୍ତ୍ତିକ ପ୍ରଧାନ ଓ ହେମନ୍ତ କୁମାର ପ୍ରଧାନଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇଥିବାବେଳେ ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଏଥିରେ ପାଷ୍ଟର ଆର୍ତ୍ତବନ୍ଧୁ ନାୟକ, ଚନ୍ଦ୍ରକାନ୍ତ ସେନାପତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।