୧୬୭ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି/କୋରୁକୋଣ୍ଡା, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଓରକେଲ ଥାନା ପୁଲିସ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୬୭ କେଜି ଗଞ୍ଜେଇ ଜବତ କରିଛି। ଗତକାଲି ରାତିରେ ଏସଆଇ କୃଷ୍ଣ ସାହାଙ୍କ ନେତୃତ୍ୱରେ ଏକ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଏମ.ଭି-୨୭ ଗ୍ରାମର ସୁରଞ୍ଜନ ରାୟଙ୍କ ଠାରୁ ୪ ଟି ବସ୍ତା ଜବତ କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରିବାସହ ଏକ ମୋବାଇଲ୍ ଫୋନ, ନଗଦ ୭୦୦ ଟଙ୍କା ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ୩୪ ହଜାର ହେବ ବୋଲି ପୁଲିସ ସୂଚନା ଦେଇଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ନିରୀକ୍ଷକ ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି।