ଭୁବନେଶ୍ୱରରେ ୨୪ ନୂଆ କରୋନା ପଜିଟିଭ ଚିହ୍ନଟ: ୪୨ ସୁସ୍ଥ ରାଜ୍ୟ By Nitidin On Dec 2, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ୨୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦ଜଣ ଓ ସ୍ଥାନୀୟ ସଂକ୍ରମଣ ୧୪ଜଣ ରହିଛନ୍ତି। ଅନ୍ୟପଟେ ୪୨ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଆଜିର ୨୪ ଜଣଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୮୦୨ ହୋଇଥିବାବେଳେ ୩୦ ହଜାର ୧୬୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୨୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୯୭ ଜଣଙ୍କ ଚିକିତ୍ସା ଜାରି ରହିଛି। Share