ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୧୫ ବଖରା

ପୁରୀ : ପୁରୀ ଜିଲ୍ଲା ଡେଲାଙ୍ଗ ମାଛପଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୫ ବଖରା ଘର ଜଳି ଯାଇଛି ।
ସୂଚନା ଅନୁଯାୟୀ,ସୋମବାର ବିଳମ୍ବିତ ରାତ୍ରରେ ମାଛପଡା ଗ୍ରାମରେ ଗୋଟିଏ ଘରେ ନିଆଁ ଲାଗିଯାଇଥିଲା । ପରେ ଏହା ଅନ୍ୟ ଘରକୁ ବ୍ୟାପିଥିଲା । କିଛି ସମୟ ମଧ୍ୟରେ ୧୫ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲା । ତେବେ କେହି ଦୁର୍ବୃତ ଏପରି କାଣ୍ଡ ଘଟାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ଏନେଇ ଡ଼େଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଜଣଙ୍କୁ ରଖି ତଦନ୍ତ କରାଯାଉଛି।