ଆ କା ମା ବୈ… ପାନ ଗୁଆ ଥୋଇ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସିନ୍ଦୁରା ଫାଟିବା ପୂର୍ବରୁ ଚଳଚଞ୍ଚଳ ହୋଇଉଠିଥିଲା ରାଜଧାନୀ ଭୁବନେଶ୍ୱର। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ମନ୍ଦିରରେ ପୂଜାର୍ଚ୍ଚନା କରିଥିଥଲେ। ଐତିହାସିକ ବିନ୍ଦୁସାଗର ପୋଖରୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ବିଭିନ୍ନ ରକମର ଡଙ୍ଗାକୁ ଭସାଇ ଆ କା ମା ବୈ… ପାନ ଗୁଆ ଥୋଇ ଗୀତ ଗାଉଥିଲେ।